ଡିଜିପିଙ୍କ ସହିତ ଆଇଜି ଅପରେସନ ଜୟ ନାରାୟଣ ପଙ୍କଜ, ଏସ ଆଇ ଡବ୍ଲ୍ୟୁ ଡିଆଇଜି କନୱର ବିଶାଲ ସିଂ, ଦକ୍ଷିଣାଞ୍ଚଳ ରେଞ୍ଜ୍ ଡିଆଇଜି ସାର୍ଥକ ଷଡଙ୍ଗୀ, ବୌଦ୍ଧ, ବଲାଙ୍ଗୀର ଏବଂ କନ୍ଧମାଳ ଏସପି ହରିଶ ବିଶି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଓ କ୍ୟାମ୍ପ ଗସ୍ତ କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲେ ମାଓବାଦୀଙ୍କ ଆୟ ବି ହ୍ରାସ ପାଇବ। ଓଡିଶା DGP ଭାବେ ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ କନ୍ଧମାଳ ଗସ୍ତ କରିବା ଅବସରରେ DGP ୱାଇ ବି ଖୁରାନିଆ ଏପରି କହିଛନ୍ତି।
ଡିଜିପିଙ୍କ ସହିତ ଆଇଜି ଅପରେସନ ଜୟ ନାରାୟଣ ପଙ୍କଜ, ଏସ ଆଇ ଡବ୍ଲ୍ୟୁ ଡିଆଇଜି କନୱର ବିଶାଲ ସିଂ, ଦକ୍ଷିଣାଞ୍ଚଳ ରେଞ୍ଜ୍ ଡିଆଇଜି ସାର୍ଥକ ଷଡଙ୍ଗୀ, ବୌଦ୍ଧ, ବଲାଙ୍ଗୀର ଏବଂ କନ୍ଧମାଳ ଏସପି ହରିଶ ବିଶି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଓ କ୍ୟାମ୍ପ ଗସ୍ତ କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ବଲାଙ୍ଗୀର : ୧୧ ବର୍ଷର ନାବାଳକକୁ ବଳି । ଏଭଳି ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଜଳପାକେର ଗାଁରୁ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀ ଲାଥୋର ନୂଆପଡ଼ା ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି । ସେପଟେ ଅଭିଯୁକ୍ତ ଦୋଲାମନି ରଣାଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍ । ଜଳ ପାକେର ଗାଁର ନାବାଳକ ଗତକାଲି ସନ୍ଧ୍ୟାରୁ ଘରୁ ବାହାରି ଆଉ ଫେରି ନଥିଲେ ।
ଅଧିକ ପଢନ୍ତୁ : ମହାନଦୀରେ ଭାସିଯାଇ ନିଖୋଜ ୨ ନାବାଳକ
ପରିବାର ଲୋକ ଖୋଜାଖୋଜି ପରେ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ପରେ ଝଲିଆଲିତି ନିକଟରୁ ନାବାଳକର ମୃତଦେହ ଉଦ୍ଧାର କରିଥିଲା ଲାଠୋର ପୋଲିସ୍ । ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ ।
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ଖରାପ ଜୀବନଶୈଳୀ ହେତୁ ଅନେକ ପ୍ରକାରର ରୋଗରେ ପଡୁଛନ୍ତି । ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟରେ ମୋଟାପଣ ହେଉଛି ସବୁଠାରୁ ବଡ ସମସ୍ୟା ଯାହା ଅନ୍ୟ ବିପଜ୍ଜନକ ରୋଗର କାରଣ ହୋଇଥାଏ । ଏହା ବ୍ୟତୀତ ଉଚ୍ଚ କୋଲେଷ୍ଟ୍ରଲ ମଧ୍ୟ ରୋଗ ସୃଷ୍ଟି କରିଥାଏ । ଶରୀରରେ ବଢୁଥିବା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିବା ପାଇଁ ଆପଣଙ୍କୁ ଅଧିକ କିଛି କରିବାର ଆବଶ୍ୟକତା ନାହିଁ, କେବଳ ଆପଣ ଦିନକୁ ଦୁଇଥର ଖାଉଥିବା ରୁଟି ତିଆରି କରିବାର ପଦ୍ଧତିକୁ ପରିବର୍ତ୍ତନ କରନ୍ତୁ । ଅଟା ରେ କିଛି ଜିନିଷ ମିଶାନ୍ତୁ ଯେଉଁଥିପାଇଁ ତୁମର ରୋଟି ସୁସ୍ଥ ହୋଇଯିବ ଏବଂ ତୁମର ଓଜନ ମଧ୍ୟ ହ୍ରାସ ପାଇବ । ଏହି ରୋଟି ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ମଧ୍ୟ ହ୍ରାସ ପାଇବ ।
କୋଲେଷ୍ଟ୍ରଲ କମାଇବା ପାଇଁ କେଉଁ ରୁଟି ଖାଇବା?
ଅଳସୀ ମିଶାନ୍ତୁ:- ଅଳସୀ ମଞ୍ଜି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ମଞ୍ଜି ଉଚ୍ଚ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରେ । ଏହି ମଞ୍ଜିକୁ ଗ୍ରାଇଣ୍ଡ କରି ପାଉଡର ତିଆରି କରନ୍ତୁ । ଅଟା ଚକୋଡିବା ସମୟରେ ୨-୪ ଚାମଚ ସେହି ପାଉଡର ମିଶାଇ ଅଟାକୁ ଗୋଳାନ୍ତୁ । ଏହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ଵାରା ଉଚ୍ଚ କୋଲେଷ୍ଟ୍ରଲ କମିଯାଏ । ଏହା ହୃଦୟ ପାଇଁ ମଧ୍ୟ ସୁସ୍ଥ ଅଟେ ।
ଓଟସ୍ ମିଶ୍ରଣ କରନ୍ତୁ:- ସାଧା ଓଟସ୍ ଗ୍ରାଇଣ୍ଡ୍ କରି ପାଉଡର ପ୍ରସ୍ତୁତ କରନ୍ତୁ । ଅଟାରେ କିଛି ଓଟସ୍ ମିଶାଇ ଅଟା ପ୍ରସ୍ତୁତ କରନ୍ତୁ । ଏହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ମୋଟାପଣ କମିଯାଏ । ଏହା ଉଚ୍ଚ କୋଲେଷ୍ଟ୍ରଲ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଓଟସ୍ ରେ ଦ୍ରବଣୀୟ ଫାଇବର ରହିଥାଏ ଯାହା ଖରାପ କୋଲେଷ୍ଟ୍ରୋଲକୁ ଶିରାରୁ ବାହାର କରିଥାଏ ।
ଭୁସି:- ଫାଇବର ସମୃଦ୍ଧ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ କମିଯାଏ । ଏଥିପାଇଁ ଭୁସି ଅଟା ରେ ମିଶାନ୍ତୁ । ଏହି ରୋଟି ଖାଇବା ଦ୍ୱାରା ପେଟ ସଫା ହୋଇଥାଏ ଏବଂ ମେଦବହୁଳତା ମଧ୍ୟ କମିଯାଏ । ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲ ମଧ୍ୟ କମିବା ଆରମ୍ଭ କରେ ।
ଚଣା ଅଟାରେ ମିଶାନ୍ତୁ:- ଉଚ୍ଚ କୋଲେଷ୍ଟ୍ରଲ ରୋଗୀ ହେଙ୍ଗୁ ରୁଟି ଖାଇବା ଦ୍ଵାରା ଏଥିରେ ଫାଇବରରେ ଭରପୂର ଅନ୍ୟ ଶସ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ । ଏଥିପାଇଁ ଗହମ ଅଟାରେ କିଛି ଚଣା ଗୁଣ୍ଡ ମିଶାନ୍ତୁ । ଚଣା ଗୁଣ୍ଡ ବଜାରରେ ସହଜରେ ଉପଲବ୍ଧ । ଏହା ଆପଣଙ୍କ ରୁଟିକୁ ବହୁତ ସୁସ୍ଥ କରିବ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
ଭୁବନେଶ୍ୱର: ଭରତପୁର ଥାନା ନିର୍ଯାତନା ଘଟଣାର ସମୀକ୍ଷା କରିଛନ୍ତି କମିଶନ । ଗୃହ ସଚିବ, ସ୍ବତନ୍ତ୍ର ସଚିବଙ୍କ ସହ କ୍ରାଇମବ୍ରାଞ୍ଚ୍ ଏଡିଜି ଓ ତଦନ୍ତକାରୀ ଅଧିକାରୀ ଯୋଗ ଦେଇଥିଲେ । ତଦନ୍ତ କେତେ ଦୂର ଆଗେଇଛି ସମୀକ୍ଷା କରିଛନ୍ତି କମିଶନ।
ମାମଲାରେ ଗୃହ ସଚିବଙ୍କୁ କିଛି ପ୍ରଶାସନିକ ତଥ୍ୟ ମାଗିବା ସହ ଗୁରୁତ୍ବପୂର୍ଣ୍ଣ ଦିଗରେ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ଗୁଜରାଟ ଯାଇଥିବା ପୋଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ ସରିଛି । ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଓ ବ୍ରେନ୍ ମ୍ୟାପିଂ ସରିଛି । ମାମଲାକୁ ଗୁରୁତର ସହ ନେଇ ଶୀଘ୍ର ରିପୋର୍ଟ ଦେବାକୁ ଗୁଜୁରାଟ ଫରେନସିକ୍ ଟିମକୁ ଜଣାଯିବ । ଖୁବଶୀଘ୍ର ପୀଡିତାଙ୍କ 164 ବୟାନ ରେକର୍ଡ ହେବ । ମାମଲାର ସତ୍ୟପାଠ ଶୀଘ୍ର କମିଶନଙ୍କ ଆଗରେ ଦାଖଲ କରାଯିବ ।
ତଦନ୍ତ ପରେ ସତ୍ୟାସତ୍ୟ ବାହାରିଲେ ଆଇନ ଗତ ଆକ୍ସନ୍ ହେବ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସେପଟେ କମିଶନଙ୍କ ସଚିବ କହିଛନ୍ତି, ଆଡମିନିଷ୍ଟ୍ରେଟିଭ୍ ଗ୍ରାଉଣ୍ଡରେ କିଛି ତଥ୍ୟ ମଗାଯାଇଛି । 27 ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ପରେ ସ୍କୁଟିନ ହେବ । ପୋଲିସର ଫରେନସିକ୍ ରିପୋର୍ଟ ଆସିନଥିବା କହିଛନ୍ତି କମିଶନଙ୍କ ସଚିବ ।
ଆହୁରି ପଢନ୍ତୁ ଓଡିଶା ଖବର...